କଂଗ୍ରେସ୍‌ର ସୋସିଆଲ ମିଡି଼ଆ ଟିମ୍‌ର ମୁଖ୍ୟ ତଥା ଅଭିନେତ୍ରୀ ରମ୍ୟା ରାଜନୀତି ଓ ଫିଲ୍ମରୁ ବିଦାୟ ନେଲେ

ବେଙ୍ଗାଲୁରୁରେ ଜନ୍ମ ଗ୍ରହଣ କରିଥିବା ରମ୍ୟା  ଓରଫ ଦିବ୍ୟା ସ୍ପନ୍ଦନା ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଓ ରାଜନୈତିକ ନେତ୍ରୀ । ସେ କନ୍ନଡ଼ ଫିଲ୍ମରେ ଅଧିକ ଅଭିନୟ କରିଛନ୍ତି । ସେ କିଛି ତାମିଲ୍‌ ଓ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି ।

ramya-divya-spandana-quits-politic

ରମ୍ୟା ୨୦୦୩ରେ ପୁନୀତ ରାଜକୁମାରଙ୍କ ସହ କନ୍ନଡ଼ ଫିଲ୍ମ ‘ଅଭି’ରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଦୁଇ ଥର କନ୍ନଡ଼ ଫିଲ୍ମ ଫେୟାର୍‌ ପୁରସ୍କାର ବି ଜିତିଛନ୍ତି । ରମ୍ୟା ୨୦୧୩ରେ ଏକ ଉପ-ନିର୍ବାଚନରେ ଜିତି କର୍ଣ୍ଣାଟକର ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ସାଂସଦ ହୋଇଥିଲେ । ସେ ୨୦୧୪ ସାଧାରଣ ନିର୍ବାଚନରେ ​ମାଣ୍ଡ୍ୟାରେ ପୁଣି ଛିଡ଼ା ହୋଇଥିଲେ, କିନ୍ତୁ ୫,୫୦୦ ଭୋଟରେ ହାରିଯାଇଥିଲେ ।

ramya-divya-spandana-quits-politic

ରମ୍ୟା କଂଗ୍ରେସ ଦଳର ଡିଜିଟାଲ୍‌ ମିଡି଼ଆ ଟିମର ନେତୃତ୍ୱ ନେଉଥିଲେ । ସୋସିଆଲ୍‌ ମିଡି଼ଆରେ ନିଜ ରାଜନୈତିକ ଦଳ କଂଗ୍ରେସର ଭାବମୂର୍ତ୍ତି ବଦଳାଇଥିବା ଯୋଗୁଁ ତାଙ୍କୁ ଯଥେଷ୍ଟ ଶ୍ରେୟ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ରାଜନୀତି ଛାଡି଼ବାକୁ ସେ ନିଷ୍ପତ୍ତି ନେଇଥିବାରୁ ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ramya-divya-spandana-quits-politic
ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post