ଭାରତୀୟ ଲୋକ ସବୁବେଳେ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଶିକ୍ଷା, ଖେଳ, ବିଜ୍ଞାନ ଓ ଅନ୍ୟ ସମସ୍ତ କ୍ଷେତ୍ରରେ ଭାରତୀୟଙ୍କର ସ୍ୱତନ୍ତ୍ର ପରିଚୟ ସ୍ଥାପିତ କରିଛନ୍ତି। ଆଜି ପ୍ରତ୍ଯେକ ଦେଶ ଭାରତର ଶକ୍ତିକୁ ଦେଖୁଛନ୍ତି ଓ ଭାରତକୁ ଲୁହା ଭଳି ଦୃଢ ମାନୁଛନ୍ତି। ଏମିତି ସର୍ବଦା ହୋଇଥାଏ ଭାରତୀୟ ନାଗରିକ ନିଜର କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏମିତି ଏକ କାରନାମା ପୁଣିଥରେ କରିଛନ୍ତି ଜଣେ ଭାରତୀୟ ମହିଳା।
ଏୟାର ଇଣ୍ଡିଆର ମହିଳା ପାଇଲଟଙ୍କ ଏକ ଦଳ ଇତିହାସ ରଚିଛନ୍ତି। ଜଣାଇଦେଉଛିକି ଭାରତୀୟ ମହିଳା ପାଇଲଟ ଦଳ ଉତ୍ତର ପୋଲ ଉପରେ ଦୁନିଆର ସବୁଠାରୁ ଲମ୍ବା ଆକାଶମାର୍ଗ ଦେଇ ଉଡାଣ କରିଛନ୍ତି। ଏହି ମହିଳାମାନେ ଆମେରିକାର ସାନ ଫ୍ରାନସେସକୋରୁ ୧୬୦୦୦ କିଲୋମିଟର ଦୂରତା ନିର୍ଦ୍ଧାରିତ କରି ଜାନୁୟାରୀ ୯ରେ ବାଙ୍ଗଲୋର ପହଞ୍ଚିଥିଲେ। ୧୬୦୦୦ କିଲୋମିଟରର ଏହି ଯାତ୍ରା କରିଥିବା ଦଳର ପାଇଲଟ କ୍ଯାପଟେନ ଜୋୟା ଅଗ୍ରୱାଲ ଲିଡ କରୁଥିଲେ।
![]() |
Picture: The Indian News Live |
ଏୟାର ଇଣ୍ଡିଆ ଦ୍ଵାରା ଜାରି କରାଯାଇଥିବା ଅଧିକାରୀ ବୟାନରେ ଦର୍ଶାଯାଇଛିଯେ ପାଇଲଟ କ୍ୟାପଟେନ ଜୋୟା ଏବଂ ତାଙ୍କ ଦଳଙ୍କୁ ଏହି କାର୍ଯ୍ୟ ଦିଆ ଯାଇଥିଲା। ଜୋୟା ହେଉଛନ୍ତି ସେହି ମହିଳା ପାଇଲଟ ଯିଏ ୨୦୧୩ରେ ଏକ ବୋଇଙ୍ଗ-୭୭୭ ବିମାନ ଉଡାଇଥିଲେ, ସେତେବେଳେ ସେ ଏହି ବିମାନ ଉଡ଼ାଇବାରେ ସର୍ବକନିଷ୍ଠ ମହିଳା ପାଇଲଟ ଥିଲେ। ଏହି କାରଣରୁ ତାଙ୍କୁ ଏଥର ଏହି ବଡ ଦାୟିତ୍ଵ ଦିଆଯାଇଥିଲା।